ଶ୍ରଦ୍ଧାଳୁଙ୍କ ଉପରେ ଖସିପଡିଲା ଅଟ୍ଟାଳିକା କାନ୍ଥ, ୫ ମୃତ

ମଥୁରା : ମଧୁରାରେ ଏକ ବଡ ଅଘଟଣ ଘଟିଛି। ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ପୁରୁଣା ଅଟ୍ଟାଳିକାର କିଛି ଅଂଶ ଶ୍ରଦ୍ଧାଳୁଙ୍କ ଉପରେ ଖସି ଯିବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଏହାସହ ୪ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଅଧିକାରୀଙ୍କୁ ଆହତଙ୍କ ଆବଶ୍ୟକୀୟ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଥିଲା। ପୁଲିସ କହିବାନୁଯାୟୀ, ବାଲକୋନୀର ଏକ ବଡ ଅଂଶ ସେଠାରୁ ଅତ୍ରିକମ କରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଖସିପଡିଥିଲା। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ସମୟରେ ଅଟ୍ଟାଳିକାର ଏକ କାନ୍ଥ ଭୁଶୁଡି ପଡିଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ସମେତ ୫ ଜଣ ରହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
Powered by Froala Editor