ପବ୍ଜି ଖେଳୁ ଖେଳୁ ଛୁରା ମାରିଲେ
ରାଉରକେଲା ମାଲଗୋଦାମ ଅଞ୍ଚଳରେ ସାଙ୍ଗ ହୋଇ ପଵ୍ଜି ଖେଳୁଥିବା ବେଳେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁଵକ ଜଣଙ୍କ ମାଲଗୋଦାମ ଅଞ୍ଚଳର ବିକାଶ ଦାସ । ଗତକାଲି ରାତିରେ ରାଉରକେଲା ମାଲଗୋଦାମ ଅଞ୍ଚଳରେ ସାଙ୍ଗ ହୋଇ ପଵଜି ଖେଳୁଥିବା ବେଳେ ବିକାସ ଦାସଙ୍କୁ ଅନ୍ୟ ଜଣେ ଯୁବକ ଛୁରାମାଡ କରିଥିଲା । ଏସମ୍ପର୍କରେ ଆହତ ଯୁବକଙ୍କ ପରିବାର ଲୋକ ଉଦିତନଗର ଥାନାରେ ଅଭିଯୋଗ କରିନଥିବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆହତ ଯୁବକଙ୍କ ପରିବାର ଲୋକ ଅର୍ଥ ଅଭାବରୁ କିପରି ଚିକିତ୍ସା କରିବେ ସେନେଇ ଚିନ୍ତିତ ଥିବା କହିଛନ୍ତି । ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।
Powered by Froala Editor