ରାଜ୍ୟରେ ଆଉ ଜଣେ କରୋନାରେ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ମୃତକ ଜଣକ ପୁରୀ ଜିଲ୍ଲାର ୨୮ ବର୍ଷୀୟ ଯୁବକ । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୯୨୩କୁ ବୃଦ୍ଧି ପାଇଛି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୫୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ଛୁଇଁଛି।
ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୮ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ ୪୮, କଟକ ୪୬, ସମ୍ବଲପୁର ୪୫, ପୁରୀ ୪୩, କଳାହାଣ୍ଡି ୩୮, ଝାରସୁଗୁଡ଼ା ୩୧, ନୂଆପଡ଼ା ୩୧, ଷ୍ଟେଟପୁଲ ୨୭, ମୟୂରଭଞ୍ଜ ୨୪, ନବରଙ୍ଗପୁର ୨୩, ଅନୁଗୁଳ ୧୭, ଯାଜପୁର ୧୬, ବଲାଙ୍ଗୀର ୧୪, ରାୟଗଡ଼ା ୧୪, ଭଦ୍ରକ ୧୦, ଜଗତସିଂହପୁର ୯, ଗଞ୍ଜାମ ୯, କୋରାପୁଟ ୯, ସୁବର୍ଣ୍ଣପୁର ୭, ବାଲେଶ୍ୱର ୬, କନ୍ଧାମାଳ ୪, ଢେଙ୍କାନାଳ ୩, ମାଲକାନଗିରି ୨, ବୌଦ୍ଧ ୨, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।