ହୃଦରୋଗୀଙ୍କ ପାଚନ କ୍ରିୟାକୁ ସକ୍ରିୟ କରେ ଅମୃତଭଣ୍ଡା

ଭୁବନେଶ୍ୱର : ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ଅମୃତଭଣ୍ଡା । ଏଥିରେ ଭରି ରହିଥିବା ବିଶେଷ ଗୁଣ ହୃଦରୋଗୀଙ୍କ ପାଚନ କ୍ରିୟାକୁ ସକ୍ରିୟ କରିଥାଏ । ଏଣୁ ଏହାକୁ ସବୁଦିନ ସେବନ କରିବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥାନ୍ତି । ଭିଟାମିନ୍ ‘ଏ’ ଓ ‘ସି’ ର ମୁଖ୍ୟ ଉତ୍ସ ଅମୃତଭଣ୍ଡା ଖାଇଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ମେଦବହୁଳ ରୋଗୀ ଏହାକୁ ନିୟମିତ ସିଝାଇ ଖାଇବା ଦ୍ୱାରା ସେମାନଙ୍କ ଓଜନ ଶୀଘ୍ର କମ୍ ହୋଇଥାଏ ।
Powered by Froala Editor