୧୧ଇଣ୍ଡିଆ ସମନ୍ୱୟ କମିଟିର ଆବାହକ ହୋଇପାରନ୍ତି ନୀତୀଶ

ନୂଆଦିଲ୍ଲୀ: ବିହାର ମୁଖ୍ୟମମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିଜେପି ବିରୋଧୀ ୨୬ ରାଜନୈତିକ ଦଳକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟରେ ୧୧ଇଣ୍ଡିଆ ସମନ୍ୱୟ କମିଟିର ଆବାହକ ହେବାର ସମ୍ଭାବନା ରହିଛି । ସେହି ଭଳି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମେଣ୍ଟର ଅଧ୍ୟକ୍ଷ ହୋଇପାରନ୍ତି । ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏଥିସହ ଉକ୍ତ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ ।
କେବଳ ମୁମ୍ବାଇ ବୈଠକରେ ଔପଚାରିକ ଘୋଷଣା କରାଯିବ । ସେହିପରି ସୋନିଆ ସମମ୍ବୟ କମିଟିର ନେତୃତ୍ୱ ନେବା ପାଇଁ କଂଗ୍ରେସ ନେତା ଚାହାନ୍ତି । ପୂର୍ବର ସେ ୟୁପିଏ ମେଣ୍ଟର ଅଧ୍ୟକ୍ଷ ଥିଲେ ।
Powered by Froala Editor