ଆସୁଛି ଚନ୍ଦ୍ରମୁଖୀ ପାର୍ଟ-୨ : କଙ୍ଗନାଙ୍କ ଫାଷ୍ଟ ଲୁକ୍ ରିଲିଜ
'ଚନ୍ଦ୍ରମୁଖୀ ୨'ରେ କଙ୍ଗନା ରାନାଓ୍ବତଙ୍କ ଫାଷ୍ଟ ଲୁକ ଆଉଟ ହୋଇଯାଇଛି। ଫିଲ୍ମର ଫାଷ୍ଟ ପାର୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏବେ ଦ୍ୱିତୀୟ ପାର୍ଟରେ ଗୋଟିଏ ଗୋଟିଏ କ୍ୟାରେକ୍ଟରର ଲୁକ୍ ରିଲିଜ କରାଯାଉଛି। ଶନିବାର ନିର୍ମାତାମାନେ 'ଚନ୍ଦ୍ରମୁଖୀ ୨'ରୁ କଙ୍ଗନା ରାନାୱତଙ୍କ ଫାଷ୍ଟ ଲୁକ ରିଲିଜ କରିଛନ୍ତି ।
ଲାଇକା ପ୍ରଡକ୍ସନ୍ସରୁ କଙ୍ଗନାଙ୍କ ଲୁକ ଶେୟାର କରି ଲେଖାଯାଇଥିଲା, 'ଏହି ସୁନ୍ଦରତା ଏବଂ ପୋଜ, ଯାହା ଆମ ଦୃଷ୍ଟି ଆକର୍ଷଣ କରୁଛି । ଚନ୍ଦ୍ରମୁଖୀ ୨ରେ କମାଣ୍ଡିଂ ଏବଂ ଗର୍ଜିୟସ # କଙ୍ଗନା ରାନାଓ୍ବତଙ୍କ ଲୁକ ଜାରି ହେଲା।
ମୁଭି 'ଫ୍ୟାଶନ', 'ତନୁ ୱେଡସ ମନୁ', 'ରାଣୀ ଲକ୍ଷ୍ମୀବାଇ'ରୁ କଙ୍ଗନାଙ୍କ ଲୁକ ଦେଖାଇବା ପରେ' ଚନ୍ଦ୍ରମୁଖୀ ୨'ରୁ ତାଙ୍କ ଚରିତ୍ରର ଏକ ଛୋଟ ଝଲକ ଦେଖାଯାଇଥିଲା। ପ୍ରଶଂସକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି । ଚନ୍ଦ୍ରମୁଖୀର ପ୍ରଥମ ଫିଲ୍ମ ବହୁ ମାତ୍ରାରେ ପ୍ରଶଂସା ପାଇଥିବାବେଳେ ଦ୍ୱିତୀୟ ପାର୍ଟ ତାଠାରୁ ଅଧିକ ପସନ୍ଦ ହେବ ବୋଲି ନିର୍ମାତା ଆଶାବାଦୀ ଅଛନ୍ତି ।
Powered by Froala Editor