ଗେଙ୍ଗୁଟି ନଦୀବନ୍ଧରେ ଫାଟ ସୃଷ୍ଟି
ଭଦ୍ରକ : ବାତ୍ୟା ‘ୟାସ୍’ ପରବର୍ତ୍ତୀ ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ର ବିଭିନ୍ନ ସ୍ଥାନରେ ଗେଙ୍ଗୁଟି ନଦୀବନ୍ଧରେ ଫାଟ ସୃଷ୍ଟି ହେବା ସହିତ ଅତଡ଼ା ଖସୁଥିବା ଅଭିଯୋଗ ହୋଇଛି।
ବ୍ଲକ୍ର ରାମେଶ୍ୱରପୁର ମଳିକ ସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧରେ ବଡ଼ ବଡ଼ ଫାଟ ଦେଖାଯାଇଛି। ସ୍ଥାନେ ସ୍ଥାନେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ନଦୀବନ୍ଧ ଧସିଛି।
Powered by Froala Editor