ହରିଆଣାରେ ଅଗଷ୍ଟ ୫ ପର୍ୟ୍ୟନ୍ତ ଇଣ୍ଟରନେଟ୍ ବନ୍ଦ
ହରିୟାଣା : ହରିଆଣାର ଗୋଷ୍ଠୀ ସଙ୍ଘର୍ଷ ଧୀରେ ଧୀରେ ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିଆଣା ସରକାର। ରାଜ୍ୟର ନୁହ ସମେତ ଅନ୍ୟ କେତେକ ସ୍ଥାନରେ ଇଣ୍ଟରନେଟ୍ ଏବଂ ଏସଏମଏସ୍ ସେବାକୁ ଅଗଷ୍ଟ ୫ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ନୁହ ବ୍ୟତୀତ ଏହି ସେବାଗୁଡିକ ଫରିଦାବାଦ, ପାଲୱାଲ ଏବଂ ଗୁରୁଗ୍ରାମ ଜିଲ୍ଲାର ସୋହନା, ପାଟୌଦି ଏବଂ ମାନ୍ସେର ସବ୍-ଡିଭିଜନରେ ବନ୍ଦ ରହିବ ବୋଲି ସୂଚନା ମିଳିଛି।
Powered by Froala Editor