ବର୍ଷା ବିତ୍ପାତ: ୯ ଜିଲ୍ଲାରେ ୧୦ଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ

ଭଦ୍ରକ : ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଏବେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି । ବର୍ଷା ବିତ୍ପାତର ମୁକାବିଲା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ୧୦ଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ କରିଛନ୍ତି । ଏଥି ସହ ୧୦ ଜିଲ୍ଲାରେ ୧୩ଟି ଅଗ୍ନିଶମ ସେବା ଟିମ ମୁତୟନ କରାଯାଇଛି । ଆଗାମୀ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଏନଡିଆରଏଫ୍ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।
ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସରୁ ମିଳିଥିବା ସୂଚନା ମୁତାବକ ପ୍ରବଳ ବର୍ଷା ଯୋଗୁଁ କେବଳ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଅନ୍ୟ ସବୁ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ତେବେ ଏସବୁ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତିକୁ ଦେଖି କେନ୍ଦୁଝର , ସମ୍ବଲପୁର, ରେଢ଼ାଖୋଲ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଅନୁଗୋଳ, ବୌଦ୍ଧ ଓ ବାଲେଶ୍ବର ଜିଲ୍ଲାରେ ମୋଟ ୮ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଥିବା ବେଳେ ଭଦ୍ରକ ଓ ଯାଜପୁରରେ ଗୋଟିଏ ଲେଖାଏଁ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି ।
ସେହିଭଳି ଭଦ୍ରକ ଓ ଯାଜୁପୁରରେ ୩ଟି ଲେଖାଏଁ ଅଗ୍ନିଶମ ବାହିନୀ ଟିମ ସମେତ ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବାଲେଶ୍ବରର ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ଅଛନ୍ତି ।
Powered by Froala Editor