ରାଜ୍ୟରେ ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୮୯୨ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୮୪୩ଟି ହେଉଛି ଲୋକାଲ୍ କେସ୍। ସେହିପରି ଆଉ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିର୍ଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଥିବା ବେଳେ କଟକରୁ ୬୭୩, ବାଲେଶ୍ୱରରୁ ୫୬୬, ଯାଜପୁରରୁ ୫୦୭, ଢେଙ୍କାନାଳରୁ ୫୦୩, ପୁରୀରୁ ୪୬୭ ଓ ଅନୁଗୋଳ ଜିଲ୍ଲାରୁ ୪୫୬ ଜଣ ଚିହ୍ନଟ ହୋଇଛନ୍ତି।
Powered by Froala Editor