ପାଣିର ମୂଲ୍ୟ ଲିଟର ପିଛା ୪୫ ଲକ୍ଷ ଟଙ୍କା
ଶରୀରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ପାଇଁ ଯଥେଷ୍ଟ ପାଣି ପିଇବା ନିହାତି ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ଧନୀ ଶ୍ରେଣୀର ଲୋକେ ଖଣିଜଯୁକ୍ତ ଶୁଦ୍ଧ ଜଳ ପିଇବାକୁ ପସନ୍ଦ କରନ୍ତି। କ୍ରିକେଟର୍ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କୁହାଯାଏ ଯେ, ସେ ଫ୍ରାନ୍ସରୁ ଆମଦାନୀ ହୋଇଥିବା ଏକ ସ୍ବତନ୍ତ୍ରପ୍ରକାର ପାଣି ପିଅନ୍ତି, ଯାହାର ଲିଟର୍ ପ୍ରତି ମୂଲ୍ୟ ପ୍ରାୟ ୪,୨୦୦ ଟଙ୍କା ବିରାଟ ବର୍ଷକୁ ପାଣି ବାବଦରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି।
ବିଶ୍ବରେ ସବୁଠାରୁ ମହଙ୍ଗା ପାଣିର ମୂଲ୍ୟ ହେଉଛି ଲିଟର ପିଛା ୪୫ ଲକ୍ଷ ଟଙ୍କା। ଏହି ବ୍ରାଣ୍ଡର ନାମ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି। ଗିନିଜ୍ ବୁକ୍ରେ ଏହି ଜଳକୁ ବିଶ୍ବର ସବୁଠାରୁ ମହଙ୍ଗା ଜଳ ବ୍ରାଣ୍ଡ୍ ଭାବରେ ସାମିଲ୍ କରାଯାଇଛି। ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ, ୨୦୧୦ ମାର୍ଚ୍ଚ ୪ ତାରିଖରେ ଗୋଟିଏ ବୋତଲ ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନିର ନିଲାମ କରାଯାଇଥଲା।
ଏହି ନିଲାମରେ ଏହା ୬୦,୦୦୦ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ବ ଦାମ୍ରେ ବିକ୍ରି ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ଦାମ୍ ହେଉଛି ପ୍ରାୟ ୪୯ ଲକ୍ଷ ଟଙ୍କା। ଏହି ଜଳ ଏତେ ମହଙ୍ଗା ହେବା ପଛର କାରଣ ହେଉଛି, ଏହି ପାଣିରେ ପ୍ରତ୍ୟେକ ବୁନ୍ଦାରେ ସ୍ବର୍ଣ୍ଣଭସ୍ମ ଥାଏ। ପାଣିରେ ଏହି ସ୍ବର୍ଣ୍ଣଭସ୍ମ ମିଶ୍ରଣ ହେତୁ ଏହା ଅଧିକ ଆଲ୍କାଲାଇନ୍ ହୋଇଯାଏ।
Powered by Froala Editor