ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୪ ମୃତ
ନୂଆଦିଲ୍ଲୀ: ମୁମ୍ବାଇରେ ଚଳନ୍ତା ଟ୍ରେନରେ ହେଲା ଗୁଳି ମାଡ଼ । ଟ୍ରେନ ଭିତରେ ଜଣେ RPF ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣ ଟଳି ପଡ଼ିଥିବା ଜଣାଯାଇଛ। ଆଜି ଭୋର ପ୍ରାୟ ୫ଟା ୨୩ ମିନିଟ୍ରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ASIଙ୍କ ସହ ୩ ଜଣ ଯାତ୍ରୀ ରହିଛନ୍ତି। ପୁଲିସ୍ ତୁରନ୍ତ ଅଭିଯୁକ୍ତ କନଷ୍ଟେବଳ ଚେତନଙ୍କୁ ବାନ୍ଧିଛି।
ଜୟପୁର-ମୁମ୍ବାଇ ଟ୍ରେନଟି ସକାଳେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିବା ଜଣାପଡିଛି । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ।
ଦୁଇ ଜଣ ଉକ୍ତ ଟ୍ରେନ୍ରେ ଥିଲେ। ଏହି ସମୟରେ କନଷ୍ଟେବଳ ଚେତନ ହଠାତ୍ ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ କନଷ୍ଟେବଳ ଚେତନଙ୍କ ଆଖିବୁଜା ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି।
ଖବର ପାଇ ମିରା ରୋଡ ବୋରିବଲି ମଝିରେ ମୁମ୍ବାଇ ଜିଆରପି ଯବାନ ଟ୍ରେନ୍ ଅଟକାଇ ଚେତନଙ୍କୁ ଗିରଫ କରି ବୋରିବଲି ପୁଲିସ୍ ଷ୍ଟେଶନ ନେଇଛି। ତାଙ୍କ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏଥିସହ ବୋରିବଲି ରେଲୱେ ଷ୍ଟେଶନରେ ୪ ମୃତଦେହକୁ ରଖାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯିବ ବୋଲି ଜଣାଯାଇଛି।
Powered by Froala Editor