ଗୋପୀ ହିନ୍ଦୁଜା ବ୍ରିିଟେନର ସବୁଠୁ ଧନୀ, ପଛରେ ରହିଛନ୍ତି ରାଜା ଚାର୍ଲସ
ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ନଂ୧ ଧନୀ ବ୍ୟକ୍ତି ହୋଇଛନ୍ତି । ଏହି ବ୍ୟକ୍ତି ହେଉଛନ୍ତି ଗୋପୀ ହିନ୍ଦୁଜା । ଏପରିକି ତାଙ୍କ ସଂପତ୍ତିର ପରିମାଣ ବ୍ରିଟେନର ରାଜା ଚାର୍ଲସଙ୍କଠାରୁ ବି ଅଧିକ । ଚଳିତ ବର୍ଷର ଟାଇମ୍ସ ରିଚ୍ ଲିଷ୍ଟ ଅନୁଯାୟୀ ଗୋପୀ ହିନ୍ଦୁଜା ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୩୫ ବିଲିୟନ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି।
ଗୋପୀ ହିନ୍ଦୁଜା ହିନ୍ଦୁଜା ହେଉଛନ୍ତି ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ । ଯେଉଁଥିରେ ଅଶୋକ ଲେଲାଣ୍ଡ ଏକ ଶାଖା କମ୍ପାନି । ଅଟୋମୋବାଇଲ୍ସ, ଫାଇନାନ୍ସିଆଲ ସର୍ଭିସ, ଆଇଟି, ହେଲଥକେୟାର, ମିଡିଆ, ସାଇବର ସିକ୍ୟୁରିଟି, ଇନଫ୍ରାଷ୍ଟ୍ରକଚର ଆଦି ୧୧ଟି କ୍ଷେତ୍ରରେ ଏହି ଗ୍ରୁପର କମ୍ପାନି ରହିଛି । ୨୦୨୩ ମେ’ ମାସରେ ପିତା ଶ୍ରୀଚନ୍ଦ ଏସ୍ ପି ହିନ୍ଦୁଜାଙ୍କ ମୃତ୍ୟୁ ପରଠାରୁ ଭାରତୀୟ ବଂଶୋଦ୍ଭବ ଗୋପୀ ହିନ୍ଦୁଜା(୮୩) ଏହି ଗ୍ରୁପ୍ ଚଳାଉଛନ୍ତି। ତେବେ ଯାହାବି ହେଉନା କାହିଁକି ଗୋପୀ ହିନ୍ଦୁଜା ଭାରତୀୟଙ୍କ ଟେକ ରଖିଛନ୍ତି ।
Powered by Froala Editor