ଟିଜରରୁ ଦମଦାର ହେଲାଣି ‘ଶେରନୀ’

ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ତଥା ଦର୍ଶକମାନଙ୍କ ସୁପରିଚିତ ନାୟିକା ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ ‘ଶେରନୀ’ ର ଟିଜର ଆଜି ରିଲିଜ ହୋଇଛି । ଏହି ଫିଲ୍ମରେ ବିଦ୍ୟା ଜଣେ ଦୃଢମନା ଇଚ୍ଛାଶକ୍ତି ସଂପର୍ଣ୍ଣ ମହିଳା ଅଫିସର୍ ଭାବରେ ଏହି ଫିଲ୍ମରେ ଭୂମିକା ନିର୍ବାହ କରିଛନ୍ତି । ଅମିତ ମାସୁରକରଙ୍କ ନିର୍ଦ୍ଦେଶିତ ତଥା ଅବୁଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ମୁଭିରେ ବିଦ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ଆମାଜନ ପ୍ରାଇମ ଭିଡିଓ ଘୋଷଣା ମରିଛି ଯେ, ଫିଲ୍ମ ‘ଶେରନୀ’ ଜୁନ୍ ମାସରେ ସେମାନଙ୍କ ଷ୍ଟ୍ରିମିଂ ସେବାରେ ରିଲିଜ୍ ହେବ । ଏହି ୩୦ ସେକେଣ୍ଡର ଟିଜରରେ ବିଦ୍ୟା ବାଲାନ୍ କେବଳ ଗୋଟିଏ ସଂଳାପ କହିଛନ୍ତି ତାହା ହେଉଛି, ‘ଜଙ୍ଗଲ ଯେତେ ଘନ ହେଉନା କାହିଁକି ,ଶେରନୀ ତାର ରାସ୍ତା ଖୋଜି ନେଉଥାଏ...’ । ଏହି ସଂଳାପଟି ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇଛି । ଏହି ଟିଜରରେ ବିଦ୍ୟା ତାଙ୍କର ଦୁଇ ସାଥୀଙ୍କ ସହ ଜଙ୍ଗଲରେ ବୁଲୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମର ଟ୍ରେଲର ମଧ୍ୟ ଜୁନ୍ ୨ରେ ରିଲିଜ୍ ହେବାକୁ ଯାଇଛି ।
ନିକଟରେ ବିଜୟ ପ୍ରାଇମ ଭିଡିଓ ଇଣ୍ଡିଆର ନିର୍ଦ୍ଦେଶକ ବିଜୟ ସୁବ୍ରମଣ୍ୟମ କହିଛନ୍ତି ଯେ, ‘ଶକୁନ୍ତଳା ଦେବୀ’ ର ସଫଳତା ପରେ ଆମେ ଭାରତ ସମେତ ବିଶ୍ୱର ଗ୍ରାହକଙ୍କ ପାଇଁ ବିଦ୍ୟା ବାଳାନ୍ଙ୍କ ଅଭିନୀତ ଆଉ ଏକ ଫିଲ୍ମ ‘ଶେରନୀ’ ଆଣିଛୁ । ଏଅି ଫିଲ୍ମରେ ଦର୍ଶକଙ୍କୁ ଦୁଃସାହସିକତାର ଏକ ନିଆରା ଅନୁଭବ ମଧ୍ୟ ଦେବ ।
Powered by Froala Editor