ବ୍ରଜନଗରରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ
ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ଏକ ନିର୍ମାଣଧୀନ ପୋଲ ଭୁଶୁଡ଼ି ପଡିଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୫ଟାରେ ଡିବିଏଲ୍ ଠିକା ସଂସ୍ଥା ଦ୍ୱାରା ନିର୍ମାଣ ହେଉଥିବା ଏହି ବ୍ରିଜ୍ ଟି କୌଣସି କାରଣ ବଶତଃ ଭୁଶୁଡି ପଡ଼ିଥିଲା । ଦୁର୍ଘଟଣାରେ କେହି ବ୍ୟକ୍ତି ଆହତ ହୋଇ ନଥିବା ବେଳେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଠିକା ସଂସ୍ଥାର କେହି କର୍ମଚାରୀ ଉପସ୍ଥିତ ନଥିବା ଜଣାପଡିଛି। ପୂର୍ବରୁ ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍ , ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରରେ ବିଜୁ ସେତୁ, ଏମିତି ଅନେକ ବ୍ରିଜ ଭୁଶୁଡ଼ିବାର ନଜିର ରହିଛି। ତେବେ ପୋଲ ଭୁଶୁଡିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
Powered by Froala Editor