ନିଜ ପାଇଁ ଟାଇମଟେବୁଲ ତିଆରି କଲା ୬ ବର୍ଷର ପିଲା, ପଢିବାକୁ ରହିଛି ମାତ୍ର ୧୫ ମିନିଟ୍
ଜଣେ ୬ ବର୍ଷର ପିଲା ନିଜ ପାଇଁ ପ୍ରସ୍ତୁତ କରିଥିବା ଟାଇମ୍ଟେବୁଲ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଟାଇମ୍ ଟେବୁଲ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ରଖିବା ସହ ମଜାଳିଆ ମତ ବି ଦେଇଛନ୍ତି ।
ଟାଇମ୍ ଟେବୁଲ୍ ହେଉଛି ଏକ ସମୟ ସାରଣ । ଯେଉଁଥିରେ ପିଲାମାନେ ପଢିବା ଏବଂ ଲେଖିବାଠାରୁ ଆରମ୍ଭ କରି ଟିଭିଦେଖିବା, ଖେଳିବା ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଥାଏ । ଯେତେବେଳେ ବାପାମାଆମାନେ ପିଲାମାନଙ୍କ ପାଇଁ ଟାଇମ୍ ଟେବୁଲ ପ୍ରସ୍ତୁତ କରନ୍ତି, ସେମାନେ ଶିଶୁର ଶିକ୍ଷା ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇ ଏହାକୁ ପ୍ରସ୍ତୁତ କରନ୍ତି । କିନ୍ତୁ ବର୍ତ୍ତମାନ, ୬ ବର୍ଷର ପିଲା ନିଜ ପାଇଁ ଏମିତି ଏକ ଟାଇମ୍ଟେବୁଲ ପ୍ରସ୍ତୁତ କରିିଛି,ଯାହା ଚର୍ଚ୍ଚିତ ହୋଇଛି । ଯଦି ଏହାକୁ କେହି ସମ୍ପୂର୍ଣ୍ଣ ପଢିବେ, ହସି ହସି ଗଡିଯିବେ । ପୁରା ଟାଇମ୍ ଟେବୁଲରେ, ଖେଳିବା, ୱାଶରୁମ୍ ଏବଂ ଶୋଇବା ଭଳି କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । କିନ୍ତୁ ପଢିିବା ପାଇଁ ଗୋଟିଏ ଦିନରେ ମାତ୍ର ୧୫ ମିନିଟ୍ ସ୍ଥିର କରିଛି ପିଲାଟି । ଯାହାକୁ ପଢିବା ପରେ ବାଃ ବାଃ କରୁଛନ୍ତି । ଛୋଟ ପିଲାଟିର ମନ କେତେ କୋମଳ ବୋଲି କିଛି ୟୁଜର୍ସ କହିଛନ୍ତି ।
Powered by Froala Editor