ଟ୍ରକ୍ରେ ଲାଗିଗଲା ନିଆଁ, ଜଳିଗଲେ ଡ୍ରାଇଭର
ସମ୍ବଲପୁରରୁ: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଗୋଟିଏ ଟ୍ରକ୍ରେ ଲାଗିଗଲା ନିଆଁ। ଉକ୍ତ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। ଦୁର୍ଘଟଣାରେ ହେଲପର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ଡ୍ରାଇଭର ଜଣଙ୍କ ହେଲେ ଉତ୍ତରପ୍ରଦେଶର କାନପୁରର ରାମଜି। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି।
ଆଜି ଭୋର ସମୟରେ କୋଇଲା ବୋଝେଇ ଟ୍ରକ୍ଟି ଦେବଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ସମ୍ବଲପୁରରୁ ପାନମସଲା ସାମଗ୍ରୀ ନେଇ ଆସୁଥିବା ମିନି ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଦୁଇ ଟ୍ରକ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ମିନି ଟ୍ରକ୍ରେ ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।ଟ୍ରକ୍ରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଯାଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଥିଲେ। ହେଲେ କୋଇଲା ବୋଝେଇ ଟ୍ରକ୍ରେ ଥିବା ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Powered by Froala Editor