ପଟୱାରୀଙ୍କ ପାଟିରୁ ବାହାରିଲା ଲାଞ୍ଚ ଟଙ୍କା
ଲାଞ୍ଚ ନେଉଥିଲେ ରାଜସ୍ୱ ବିଭାଗର ପଟୱାରୀ । ଧରାପଡିଯିବାରୁ ଚଟାପଟ ତାକୁ ପାଟିରେ ପୂରାଇ ଦେଇଥିଲେ । ହେଲେ ଧରାପଡିବା ପରେ ଆଉ ଖସିବାର ବାଟ ନଥିଲା । ମଧ୍ୟପ୍ରଦେଶର କଟନିରେ ରାଜସ୍ୱ ବିଭାଗର କାର୍ଯ୍ୟରତ ପଟୱାରୀ ଗଜେନ୍ଦ୍ର ସିଂହ ଚନ୍ଦ୍ରନ ସିଂହ ଲୋଧି ଏପରି କରିଛନ୍ତି।
ସୋମବାର ଗଜେନ୍ଦ୍ର ସିଂହ ଜଣେ ବ୍ୟକ୍ତିଙ୍କଠାରୁ ଜମି-ଜମା ସଂକ୍ରାନ୍ତରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଲୋକାୟୁକ୍ତ ଜବଲପୁରରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ମଧ୍ୟପ୍ରଦେଶ ଜବଲପୁର ଲୋକାୟୁକ୍ତଙ୍କ ସ୍ପେଶାଲ୍ ପୋଲିସ ଏଷ୍ଟାବ୍ଲିସମେଣ୍ଟ(SPE)ର ଏକ ଟିମ୍ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ଚଢାଉ କରିଥିଲା। ଏହି ସମୟରେ ପୁଲିସ ପଞ୍ଝାରେ ପଡ଼ିଥିଲେ ପଟୱାରୀ । ଗିରଫ କରାଯିବା ମାତ୍ରେ ପଟୱାରୀ ନୋଟକୁ ଗିଳି ଦେଇଥିଲେ। ପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ବହୁ ପରିଶ୍ରମ ପରେ ତାଙ୍କ ପାଟିରୁ ଲାଞ୍ଚ ନୋଟ ବାହାର କରାଯାଇଛି।
Powered by Froala Editor