ଚାଷ ଜମିରେ ବୃଦ୍ଧଙ୍କୁ ଗିଳିଦେଲା କୁମ୍ଭୀର, ୪ ଦିନ ପରେ ମିଳିଲା ମୃତଦେହ
ନିଖୋଜ ହେବାର ୪ ଦିନ ପରେ ମିଳିଛି ବୃଦ୍ଧଙ୍କ ମୃତଦେହ । ସେ ପୁଣି ଏକ କୁମ୍ଭୀର ପେଟରୁ । ମାଲେସିଆରୁ ଏ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବୃଦ୍ଧଙ୍କୁ ଗିଳି ଦେଇଥିବା କୁମ୍ଭୀର ଓଜନ ୧୨୬କିଲୋ ଓ ଲମ୍ବ ୧୪ଫୁଟ ରହିଥିବା ଜଣାପଡ଼ିଥିଲା।
କୁହାଯାଉଛି କି, ବୃଦ୍ଧ ବଙ୍ଗସା ଘଟଣା ଘଟିବାର ୪ଦିନ ପୂର୍ବରୁ ତାଙ୍କ ଚାଷ ଜମିକୁ ଯାଇଥିଲେ। ବର୍ଷା ହେତୁ ସେଠାରେ ପାଣି ଜମି ରହିଥିଲା। ଏହି ପାଣି ଭିତରେ ବୋଧ ହୁଏ ଉକ୍ତ କୁମ୍ଭୀର ଲୁଚି ରହିଥିଲା। ଯେମିତି ବଙ୍ଗସା ଚାଷ ଜମି ଭିତରେ ପଶିଥିଲେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ବୃଦ୍ଧ ନିଖୋଜ ଥିବା ଜଣାପଡ଼ିବା ପରେ ତାଙ୍କୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ।
ଶେଷରେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିବା କୁମ୍ଭୀର ପେଟ ଦେଖି ଲୋକଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ଜୁଲାଇ ୨୨ ତାରିଖ ଦ୍ବିପହର ୩ଟା ସମୟରେ ଉକ୍ତ କୁମ୍ଭୀରକୁ ଗୁଳି କରାଯାଇଥିଲା। କୁମ୍ଭୀର ପେଟରୁ ମଣିଷ ଶରୀରର ଯେଉଁ ଅଂଶ ବାହାରିଥିଲା ପରିବାର ଲୋକେ ତାହାକୁ ଆଦି ବଙ୍ଗସାଙ୍କ ବୋଲି ଚିହ୍ନଟ କରିଥିଲେ।
Powered by Froala Editor