ହିଣ୍ଡୋନ ନଦୀରେ ଭାସୁଛି ଶହ ଶହ କାର
ଯମୁନା ନଦୀ ପରେ ବର୍ତ୍ତମାନ ହିଣ୍ଡୋନ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ନୋଏଡାର ଇକୋଟେକ ନିକଟବର୍ତ୍ତୀ ଅଞ୍ଚଳ ହିଣ୍ଡୋନ ନଦୀର ଜଳସ୍ତର ଯୋଗୁଁ ଜଳମଗ୍ନ ହୋଇଯାଇଛି। ଜିଲା ମାଜିଷ୍ଟ୍ରେଟ ଗୌତମ ବୁଦ୍ଧ ନଗର ମନୀଷ କୁମାର ବର୍ମା କହିଛନ୍ତି ଗତ ୩ ଦିନରୁ ହିଣ୍ଡୋନ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ଲୋକଙ୍କୁ ଉପକୂଳ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ହିଣ୍ଡୋନ ନଦୀରେ ବହୁ କାର ଭାସୁଥିବାର ଭିଡିଓ ସୋସିଆଲ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଯାନବାହାନ ବୁଡ଼ିଯିବାର ଭିଡିଓ ହେଉଛି ଜଳମଗ୍ନ ଅଞ୍ଚଳର ଏକ ଗାଁର। ଲୋକମାନେ ପାଣି ପାର ହୋଇ ଡ୍ୟୁଟିରେ ଯିବାକୁ ବାଧ୍ୟ ହେଉଛନ୍ତି।
Powered by Froala Editor