ସିଲିକନ ଭ୍ୟାଲିରେ ହେବ ଶ୍ରୀଜଗନ୍ନାଥ ମନ୍ଦିର
କାର୍ଲିଫୋନିଆ: ବିଶ୍ବର ଆଇଟି ହବ ଭାବେ ପରିଚିତ ସପ୍ଟଓୟାର ସିଟି ସିଲିକନ ଭ୍ୟାଲିରେ ହେବ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ । ୯ ଏକର ପରିମିତ ଜମିରେ ଏହା ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଏହା ଆମେରିକା-ଓଡ଼ିଶା ମଧ୍ୟରେ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ବରେ ଆମେରିକା ଯାଇଥିବା ଟିମରେ ଉନ୍ନୟନ କମିସନର ଅନୁ ଗର୍ଗ, ୫ଟି ସଚିବ ଭି.କେ ପାଣ୍ଡିଆନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ସାମିଲ ଅଛନ୍ତି। ଏହି ଅବସରରେ ଓଡ଼ିଶା ଟିମର ସଦସ୍ୟମାନେ କମ୍ପ୍ଲେକ୍ସ ହେବାକୁ ଥିବା ସ୍ଥାନରେ ଚାରାରୋପଣ କରିଥିଲେ ।
Powered by Froala Editor