ଇଞ୍ଜିନିୟରଙ୍କ ଘରେ ୫୦୦ ଟଙ୍କିଆ ନୋଟ୍ ଛାଡ଼ିଲେ ଚୋର
ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଚୋରି ବେଳେ ଚୋର ଯାହା କରିଛି, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଜୁଲାଇ ୨୦ ତାରିଖ ବିଳମ୍ବିତ ରାତିରେ କିଛି ଚୋର ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ଏମ୍. ରାମକୃଷ୍ଣଙ୍କ ଘରେ ପଶିଥିଲେ। ଏମ୍. ରାମକୃଷ୍ଣ ଓ ତାଙ୍କ ପତ୍ନୀ ସେଦିନ ଘରେ ନଥିଲେ। ସେମାନେ ଗୁରୁଗ୍ରାମରେ ରହୁଥିବା ସେମାନଙ୍କ ପୁଅ ପାଖକୁ ଯାଇଥିଲେ।
୨୧ ତାରିଖ ସକାଳେ ଘରେ ଚୋରୁ ହୋଇଥିବା ନେଇ ପଡ଼ୋଶୀଙ୍କ ଠାରୁ ଫୋନ୍ ପାଇଲେ ଏମ୍. ରାମକୃଷ୍ଣ। ସେ ତୁରନ୍ତ ଘରେ ପହଞ୍ଚିଥିଲେ। ଘରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିବା ସେ ଦେଖିଥିଲେ। ତେବେ ଘର ଭିତରକୁ ଯାଇ ବୁଲାବୁଲି କରି ଦେଖିବା ପରେ ଜାଣିଲେ ଯେ ଚୋରମାନେ କିଛି ନେଇ ନାହାନ୍ତି। ଓଲଟା ଘରେ ଏକ ୫୦୦ ଟଙ୍କିଆ ନୋଟ୍ ଛାଡ଼ି ଯାଇଥିଲେ।
ପୁଲିସ କହିଛି, ବୋଧହୁଏ ଚୋରମାନେ ବହୁତ ଖୋଜାଖୋଜି କରିବା ପରେ ବି କିଛି ପାଇନଥିଲେ । ତେଣୁ ରାଗରେ ୫୦୦ ଟଙ୍କା ଛାଡି ଯାଇଛନ୍ତି । ଏ ଘଟଣା ଭାଇରାଲ ହେଉଛି ।
Powered by Froala Editor