ଗଣ୍ଠି ଫୁଲା ଯନ୍ତ୍ରଣା କମ୍ କରେ ଚେରୀ ଜୁସ୍
ଗଣ୍ଠିବାତ ଆଜିକାଲି ପ୍ରାୟ ଲୋକଙ୍କର ପ୍ରମୁଖ ସମସ୍ୟା ହୋଇପଡ଼ିଛି । ଯାହାର ଯନ୍ତ୍ରଣା ଲୋକମାନେ ନିୟମିତ ଅନୁଭବ କରୁଛନ୍ତି । କିନ୍ତୁ ଏହାର ସ୍ଥାୟୀ ଚିିକିତ୍ସା ନାହିଁ କହିଲେ ଚଳେ । କେବଳ ଏହି ଯନ୍ତ୍ରଣା ଉପଶମ କରାଯାଇପାରିବ । ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିପାରିବ ।
ଗଣ୍ଠିରେ ହେଉଥିବା ଫୁଲା, କଠୋରତା ଓ ଯନ୍ତ୍ରଣାର ମିଶ୍ରିତ ଅନୁଭବ , ଯାହା ବ୍ୟକ୍ତିକୁ ସମସ୍ୟାରେ ପକାଇଥାଏ । ଏହା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିପାରେ । ଅବଶ୍ୟ ବିଭିନ୍ନ ବୟସରେ ଲୋକଙ୍କ ସମସଜ୍ଝ୍ୟାର ଭିନ୍ନ ଭିନ୍ନ କାରଣ ରହିଥାଏ ।
ଯେପରିକି ବୟସ, ବଂଶଣନୁଗତ, ଆଘାତ କିମ୍ବା ରୁ୍ୟମାଟଏଡ଼୍ ଗଣ୍ଠିବାତ ପରି ଅଟୋଇମୁ୍ୟନ ସମସ୍ୟା ମଧ୍ୟ ସାମିଲ । ଯନ୍ତ୍ରଣାକୁ କମ୍ କରିବା, ଫୁଲା କମ୍ କରିବାଓ ଗଣ୍ଠିର ଗତିଶୀଳତାରେ ସୁଧାର ଆଣିବା ଜରୁରୀ ହୋଇପଡେ଼ ।
ଗଣ୍ଠିବାତ ପାଇଁ ସେଓ ଖୁବ୍ । ଏହା କୁ୍ୟରୋସିଟିନର ପ୍ରମୁଖ ତ୍ସୋତ, ଯାହାଝଭାବେ ବେଶ୍ ପ୍ରଭାବଶାଳୀ । ଏହା ଶରୀରରେ ଯନ୍ତ୍ରଣାକୁ କମାଇବା ସହ ଗଣ୍ଠିବାତର ଲକ୍ଷଣକୁ କମ୍ କରିଥାଏ । ଚେରୀ ଗଣ୍ଠିବାତରେ ସନ୍ତୁଳନ ରକ୍ଷା କରିଥାଏ । ଏଥିରେ ଥିବା ଏଥୋସାୟନିନ ଏମିତି ଏକ ଆଂଟି ଇନ୍ଫ୍ଲୋମେଟୋରୀ ଯାହା ଶରୀରର ଫୁଲା ଓ ଯନ୍ତ୍ରଣାକୁ କମ୍ କରିଥାଏ । ଚେରୀ ଜୁସ୍ ପିଇବା ଦ୍ୱାରା ଗଣ୍ଠି ଫୁଲା କମିବା ସହ ଯନ୍ତ୍ରଣା ମଧ୍ୟ କମ୍ କରିଥାଏ ।
ସପୁରୀରେ ଥିବା ବ୍ରୋମେଲେନ୍ ଏନ୍ଜାଇମ୍ ଗଣ୍ଠିବାତର ଫୁଲା କମ୍ କରିବା ସହ ଲକ୍ଷଣ ମଧ୍ୟ କମ୍ କରିଥାଏ । ଏହା ଆଂଟି ଅକ୍ସିଡ଼ାଂଟର ଏକ ପ୍ରମୁଖ ତ୍ସୋତ । ଏଥିରେ ଥିବା ଆଂଟି ଅକ୍ସିଡ଼ାଂଟ ଫ୍ରି ରେଡ଼ିକଲ୍ସର ପ୍ରଭାବକୁ କମାଇବା ସହ ଚିନ୍ତାକୁ କମ୍ କରିଥାଏ । ଶରୀରର ପ୍ରଦାହ କମାଇବା ସହ ଶକ୍ତି ଯୋଗାଇଥାଏ । ଗଣ୍ଠିବାତର ଲକ୍ଷଣକୁ ଦୂର କରିଥାଏ ।
Powered by Froala Editor