‘ଚନ୍ଦ୍ରୟାନ୍-୩’ ମିଶନରେ ସାମିଲ କେନ୍ଦ୍ରାପଡାର ଶୁଭାଶିଷ
ଐତିହାସିକ ଦିନ ଜୁଲାଇ ୧୪, ୨୦୨୩ । ଏହି ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଭାରତର ତୃତୀୟ ମୁନ୍ ମିଶନ୍ ‘ଚନ୍ଦ୍ରୟାନ୍-୩’ର ସଫଳ ଉତ୍କ୍ଷେପଣ କରାଯାଇଛି। ଅଗଷ୍ଟ ୨୩ରେ ଚନ୍ଦ୍ରୟାନ୍-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବ ବୋଲି ଆଶା ରହିଛି। ଏହି ମିଶନ୍ରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗ୍ରାମର ଶୁଭାଶିଷ ନାୟକ (୨୮) ସାମିଲ ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।
୨୦୦୯ ମସିହାରେ ଶୁଭାଶିଷ ଦାନପୁର ପଞ୍ଚାୟତ ଦୋହଳିସ୍ଥିତ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ କଟକ ଜଗତପୁରସ୍ଥିତ ଏକ ଘରୋଇ ଆଇଟିଆଇରେ ଅଧ୍ୟୟନ କରିଥିଲେ। ଏହାପରେ ସେ ଭୁବନେଶ୍ୱରସ୍ଥିତ ସିଟିଟିସିରେ ୩ ବର୍ଷ ଅଧ୍ୟୟନ କରିଥିଲେ। ସେ ୨୦୧୮ରେ ଇସ୍ରୋରେ ଜଣେ ଟେକ୍ନିସିଆନ୍ ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ପାଇବାର ୪ ବର୍ଷ ପରେ ସେ ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ।
ବାପା ମଳୟ ନାୟକ ଚାନ୍ଦୋଳ ବଜାରରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଶୁଭାଶିଷଙ୍କ ମା ନିର୍ମଳା ନାୟକ ଜଣେ ଗୃହିଣୀ। ଶୁଭାଶିଷ ଜଣେ ମେକାନିକାଲ୍ ଇଞ୍ଜିିନିୟର ଭାବେ ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ କାମ କରିବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଉଭୟ କହିଛନ୍ତି।
Powered by Froala Editor