ଡ୍ରେନ୍ରେ ପଡି ଯୁବକ ମୃତ
କଟକ: କଟକ ନିମସାହିରେ ଥିବା ଏକ ଡ୍ରେନ୍ରେ ଭିତରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କଟକ ଝୋଲାସାହି ଅଞ୍ଚଳରେ ଭଡ଼ାରେ ରହୁଥିବା ରାହୁଲ୍ । ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡିଛି ।
ଲଗାଣ ବର୍ଷା ଲାଗି ସବୁ ନଦୀ ଓ ଜଳାଶୟରେ ପାଣିର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହିକ୍ରମରେ କଟକରେ ମଧ୍ୟ କିଛି ଡ୍ରେନ୍ରେ ପାଣିର ସ୍ରୋତ ବଢିବାରେ ଲାଗିଛି । କାମ ସାରି ସେ ଭଡ଼ା ଘରକୁ ଫେରୁଥିବା ବେଳେ ଦୁର୍ଭାଗ୍ୟବଶତଃ ବିମ୍ବଳେଇ ମନ୍ଦିର ପାଶ୍ୱର୍ ଦେଇ ଯାଇଥିବା ଏକ ବଡ଼ ଡ୍ରେନ୍ରେ ପଡ଼ି ଯାଇଥିଲେ । କେହି ଏ ଅଘଟଣ ଦେଖି ପାରିନଥିଲେ । ପ୍ରାୟ ୪୫ ମିନିଟ୍ ପରେ ବର୍ଷା ଟିକିଏ ଛାଡ଼ିଆସିବା ପରେ ତାଙ୍କ ହାତ ଡ୍ରେନ୍ ଉପରକୁ ଦିଶିଥିଲା ।
ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor