ଅଜଣା ଗାଡି ଧକ୍କାରେ ୨ ମୃତ
ସୋରୋ : ବାଇକ୍କୁ ଧକ୍କା ଦେଲା ଅଜଣା ଗାଡି। ବାଲେଶ୍ଵର ଜିଲ୍ଲା ସୋରୋ ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଠାରେ ଶୁକ୍ରବାର ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ସୋର ଥାନା ମାଣତ୍ରୀ ପଞ୍ଚାୟତ ଜନହିଆ ଗ୍ରାମର ଉତ୍ତରେଶ୍ୱର ଭଡ଼ା ଘରେ ରହୁଥିବା ଯୁବକ ଅରଜିତ ବେହେରା ଓ ଜଗନ୍ନାଥପୁର ଗାଁର ବଳରାମ ନାୟକ ଗତ ରାତିରେ ତାଲନଗର ହୋଟେଲରୁ ଖାଇ ବାଇକ ଯୋଗେ ଫେରୁଥିଲେ। ଏହି ସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୋର ପୋଲିସ ସ୍ୱେଛାସେବୀ ସଙ୍ଗଠନ ହେଲ୍ପିଂ ହ୍ୟାଣ୍ଡ ସହାୟତାରେ ମୃତଦେହ ଉଦ୍ଧାର କରି ସୋର ହସ୍ପିଟାଲ ଆଣିଛି।
Powered by Froala Editor