ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ବସ୍, ୮ ଗୁରୁତର
ଜଳେଶ୍ଵର : ଯାତ୍ରୀବାହୀ ବସ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଭାରସାମ୍ୟ ହରାଇ ନୟନଜୋରିକୁ ଖସିଲା ଯାତ୍ରୀବାହୀ ବସ୍। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ ନମ୍ବର ଜାତୀୟ ରାଜପଥର ଶାନ୍ତିଆ ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ ପ୍ରଧାନ ନାମକ ଏକ ଘରୋଇ ବସ୍ ୪୦ରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଶାନ୍ତିଆ ବାଇପାସ ନିକଟରେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ବସ୍ଟି ରାସ୍ତା କଡକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଜଳେଶ୍ଵର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor