ବାହାନଗା ଟ୍ରେନ୍ ଦୁର୍ଘଟଣା: ନିଲମ୍ବିତ ହେଲେ ୭ ରେଳ କର୍ମଚାରୀ
ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ବାଲେଶ୍ୱର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ଜଣ କର୍ମଚାରୀ ଅଛନ୍ତି। ଏଥିସହିତ ଷ୍ଟେଶନମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ୨ ଜଣ ଟେକ୍ନିକାଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇପାରିଥାନ୍ତା। କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି।
ବାହାନଗାରେ ରେଳ ଦୁର୍ଘଟଣାକୁ ମାସେ ୧୦ ଦିନ ବିତିଲାଣି । ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନରେ ନୂତନ ଭାବେ ଯୋଗ ଦେଇଥିବା ଡିଆରଏମ କେ.ଆର ଚୌଧୁରୀ ଓ ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ବାହାନଗା ରେଳ ଷ୍ଟେସନକୁ ଆସି ସମସ୍ତ ବିଭାଗରେ ତଦାରଖ କରିବା ସହ ରେଳ ଟ୍ରାକ ତଦାରଖ କରିଛନ୍ତି। ଷ୍ଟେସନରୁ ରେଳ ଧାରଣା ଦେଇ ଅନୁଧ୍ୟାନ କରି ଉତ୍ତର କ୍ୟାବିନ ନିକଟରେ ପହଞ୍ଚିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ, ଲୁପ୍ ଲାଇନ ଓ ପ୍ୟାନେଲ ରୁମରେ ଅନୁଧ୍ୟାନ କରିଛନ୍ତି।
Powered by Froala Editor