ସହିପାରିଲେନି ଆର୍ଥିକ ଅନାଟନ, ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି
ଖୋର୍ଦ୍ଧା : ସହିପାରିଲେନି ଆର୍ଥିକ ଅନାଟନ । ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି । ଲୋନ୍ ଟଙ୍କା ପରିଶୋଧ କରିନପାରି ଆତ୍ମହତ୍ୟା କଲେ ଦମ୍ପତ୍ତି । ଘରେ ରଶି ଲଗାଇ ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ । ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଶନିବାର ରାତିରେ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ କିସ୍ତି ଟଙ୍କା ପାଇଁ ତାଙ୍କର ଘରେ ପହଁଞ୍ଚିଥିଲେ। ମଧ୍ୟ ରାତ୍ରୀ ପର୍ୟ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସି ରହିଥିଲେ। । ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀ ମାନେ ଘରୁ ବାହାରି ନଥିଲେ। ଆଉ ଶେଷରେ ଭୋରୁ ଭୋରୁ ଘର ଭିତରେ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିଲେ। ମୃତ ଦମ୍ପତି ହୋଇଛନ୍ତି ବାନାମ୍ବର ବେହେରା ( ୫୮ ) ଏବଂ ପତ୍ନୀ ବନିତା ବେହେରା ( ୫୩ ) ।
Powered by Froala Editor