ଭଗତ ସିଂଙ୍କ ଭୂମିକାରେ ନଜର ଆସିବେ ରାଜକୁମାର

ଯେ କୌଣସି କ୍ୟାରେକ୍ଟର ହେଉ ରାଜକୁମାର ରାଓଙ୍କ ଭଳି ଅଭିନେତା ଖୁବ୍ ନିଖୁଣ ଭାବେ ନିଭାଇଥାନ୍ତି । ତେଣୁ ତାଙ୍କୁ ଏବେ ଜଣେ ସଂଗ୍ରାମୀଙ୍କ ଲିଡ ରୋଲରେ ଦେଖିବାକୁ ମିଳିବ । ଏବେ ସେ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଚରିତ୍ରରେ ନଜର ଆସିବେ। ଏଭଳି ଏକ ଦେଶଭକ୍ତ ଚରିତ୍ରରେ ଅଭିନୟ କରିବା ପାଇଁ ବେଶ୍ ଉତ୍ସାହିତ ଥିବା କହିଛନ୍ତି ରାଜକୁମାର।
ଏହି ପ୍ରୋଜେକ୍ଟ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ସିନେମାଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଯୋଜନା ରହିଛି। ଏହାର ପୂରା କାହାଣୀ ପ୍ରସ୍ତୁତ ହେବାକୁ ୬-୮ ମାସ ଲାଗିବ। ଫିଲ୍ମର ଲେଖକ ଭଗତ ସିଂହଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଗବେଷଣା କରୁଛନ୍ତି। ଖୋଦ୍ ରାଜକୁମାର ମଧ୍ୟ ଲେଖକଙ୍କ ସହ ମିଶି ଏଥିରେ କାମ କରୁଛନ୍ତି। ରାଜକୁମାର ଏକ ସାକ୍ଷାତକାରରେ କହିଥିଲେ, ସେ ଭଗତ ସିଂହଙ୍କଠାରୁ ଗଭୀର ଭାବେ ପ୍ରଭାବିତ। ତାଙ୍କ ଚରିତ୍ରକୁ ସେ ନିଜ ଶୈଳୀରେ ଅଭିନୟ କରିବାକୁ ଚାହାଁନ୍ତି।
Powered by Froala Editor