୨୦ରୁ ସଂସଦର ମୌସୁମୀ ଅଧିବେଶନ
ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ସବୁ ଦଳଗୁଡ଼ିକୁ ଗଠନମୂଳକ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। ମୌସୁମୀ ଅଧିବେଶନରେ ଫଳପ୍ରଦ ବିତର୍କ ଏବଂ ସଂସଦ କାର୍ଯ୍ୟକୁ ସମର୍ଥନ କରିବାକୁ ପ୍ରହ୍ଲାଦ ଯୋଶୀ ସମସ୍ତ ଦଳଙ୍କୁ ଟୁଇଟ କରି ନିବେଦନ କରିଛନ୍ତି।
ସଂସଦର ଏହି ଅଧିବେଶନ ଗୃହର ନୂତନ ଭବନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସେ କହିଛନ୍ତି, “ସଂସଦର ମୌସୁମୀ ଅଧିବେଶ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏ ଚାଲିବ। ସମସ୍ତ ଦଳଗୁଡ଼ିକୁ ଅନୁରୋଧ ଯେ ସେମାନେ ଏହି ଅଧିବେଶନରେ ଗଠନମୂଳକ ଆଲୋଚନା କରିବେ। ବିଭିନ୍ନ ବିଲ୍ ଉପରେ ମଧ୍ୟ ସେମାନେ ଆଲୋଚନା କରିବେ।”
ମୌସୁମୀ ଅଧିବେଶନର କାର୍ଯ୍ୟ ପ୍ରଥମେ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ। ଏହାପରେ ସାଂସଦମାନେ ମେ’ ୨୮ ତାରିଖରେ ଉଦଘାଟିତ ହୋଇଥିବା ସଂସଦର ନୂଆ ବିଲଡିଂକୁ ଯିବେ। ୨୩ ଦିନ ଧରି ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୧୭ଟି କାର୍ଯୟ ଦିବସ ରହିବ।
Powered by Froala Editor