ଯୁକ୍ତ ୨ ନାମଲେଖା ଆବେଦନ ଆଜି ଶେଷ

ଭୁବନେଶ୍ୱର: ଶୁକ୍ରବାର ଯୁକ୍ତ ଦୁଇ ନାମଲେଖା ଆବେଦନ ଶେଷ ହେବ । ଆବେଦନକାରୀ ରାତି ୧୧ଟା ୪୫ ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଜୁଲାଇ ୬ରେ ପ୍ରଥମ ମେଧାତାଲିକ ପ୍ରକାଶ ପାଇବ । ଜୁଲାଇ ୭ରୁ ୧୩ ମଧ୍ୟରେ ପ୍ରଥମ ମେଧା ତାଲିକାର ନାମଲେଖା ଶେଷ କରାଯିବ । ଏହାପରେ ଜୁଲାଇ ୧୯ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ସୁଦ୍ଧା ଶେଷ କରାଯିବ । ସେହିପରି ସ୍ପଟ୍ ଆଡମିଶନ ଜୁଲାଇ ୨୧ରୁ ୨୭ ମଧ୍ୟରେ କରାଯିବ । ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଯୁକ୍ତ ୨ ନାମଲେଖା ପାଇଁ ରାଜ୍ୟରେ ମୋଟ ୫ ଲକ୍ଷ ୩ ହଜାର ୯୪୩ଜଣ ପଞ୍ଜୀକରଣ କରିଥିବା ବେଳେ ୪ ଲକ୍ଷ ୬୮ ହଜାର ୭୬୩ ଜଣ ଅନଲାଇନ୍ରେ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ସାମ୍ସ ପୋର୍ଟାଲ୍ରେ ମେ ୨୯ରୁ ଯୁକ୍ତ ୨ ନାମଲେଖା ଆବେଦନ ଆରମ୍ଭ ହୋଇଛି । ଆବେଦନର ଶେଷ ସମୟ ସୀମା ଜୁନ୍ ୨୦ ତାରିଖ ରହିଥିଲା । ମାତ୍ର ଅଭିଭାବକ, ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଆବେଦନର ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ତେଣୁ ଆବେଦନର ସମୟସୀମାକୁ ଚଳିତ ମାସ ୨୬ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା । ପରେ ପୁନଃ ୩୦ ତାରିଖକୁ ଘୁଞ୍ଚାଯାଇଛି।
Powered by Froala Editor