ବିଶ୍ୱର ସବୁଠୁ ମହଙ୍ଗା ପାଣି : ଲିଟର ୪୫ ଲକ୍ଷ ଟଙ୍କା, ବୋତଲ ୨୪ କ୍ୟାରେଟ ସୁନାରେ ତିଆରି
ସୁସ୍ଥ ଶରୀର ପାଇଁ ପାଣି ନିହାତି ଆବଶ୍ୟକ । ହେଲେ ଆମେ କହିବା ମିନେରାଲ ୱାଟର ତ ଅଛି । ଯାହାକି ସ୍ୱଚ୍ଛ ଓ ଶୁଦ୍ଧ । କମ୍ ଟଙ୍କାରେ ବି ଉପଲବ୍ଧ । କିନ୍ତୁ ନା । ସବୁଠୁ ମହଙ୍ଗା ପାଣି ବି ଅଛି । ଯାହାର ଦାମ ଶୁଣିଲେ ହୋସ ଉଡିଯିବ ।
ସବୁଠାରୁ ମହଙ୍ଗା ପାଣିର ନାମ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି। ମୂଲ୍ୟ ହେଉଛି ଲିଟର ପିଛା ୪୫ ଲକ୍ଷ ଟଙ୍କା। ଗିନିଜ୍ ବୁକ୍ରେ ଏହି ଜଳକୁ ବିଶ୍ବର ସବୁଠାରୁ ମହଙ୍ଗା ଜଳ ବ୍ରାଣ୍ଡ୍ ଭାବରେ ସାମିଲ୍ କରାଯାଇଛି। ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ, ୨୦୧୦ ମାର୍ଚ୍ଚ ୪ ତାରିଖରେ ଗୋଟିଏ ବୋତଲ ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନିର ନିଲାମ କରାଯାଇଥିଲା। ଏହି ନିଲାମରେ ଏହା ୬୦,୦୦୦ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ବ ଦାମ୍ରେ ବିକ୍ରି ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ଦାମ୍ ହେଉଛି ପ୍ରାୟ ୪୯ ଲକ୍ଷ ଟଙ୍କା। ଏହି ଜଳ ଏତେ ମହଙ୍ଗା ହେବା ପଛର କାରଣ ହେଉଛି, ଏହି ପାଣିରେ ପ୍ରତ୍ୟେକ ବୁନ୍ଦାରେ ସ୍ବର୍ଣ୍ଣଭସ୍ମ ଥାଏ। ପାଣିରେ ଏହି ସ୍ବର୍ଣ୍ଣଭସ୍ମ ମିଶ୍ରଣ ହେତୁ ଏହା ଅଧିକ ଆଲ୍କାଲାଇନ୍ ହୋଇଯାଏ।
ଏହାଦ୍ବାରା ଦୀର୍ଘ ଯୌବନ ପ୍ରାପ୍ତ ହୋଇଥାଏ। ଏହି ପାଣି ଏତେ ମହଙ୍ଗା ହେବାର ଅନ୍ୟ ଏକ କାରଣ ହେଉଛି, ଏ ବ୍ରାଣ୍ଡର ଜଳ ପୃଥିବୀର ତିନୋଟି ସ୍ଥାନରୁ ସଂଗ୍ରହ କରାଯାଇଥାଏ। ଫିଜି, ଫ୍ରାନ୍ସ ଏବଂ ଆଇସ୍ଲ୍ୟାଣ୍ଡର ଗ୍ଲେସିୟର। କାରଣ, ଏହା ହେଉଛି, ବିଶ୍ବର ସବୁଠାରୁ ଶୁଦ୍ଧ ସ୍ଥାନ ଏବଂ ଏଠାକାର ଜଳ ସବୁଠାରୁ ଶୁଦ୍ଧ ଅଟେ। ଏସବୁ ସତ୍ତ୍ୱେ ଲିଟର ପିଛା ୪୯ ଲକ୍ଷ ଟଙ୍କା ମୂଲ୍ୟ ବହୁତ ଅଧିକ ମନେହୁଏ।
କେବଳ ସେତିକି ନୁହେଁ ଏହି ଜଳ ଯେତିକି ମହଙ୍ଗା ବୋତଲ ବି ସେତିକି ମହଙ୍ଗା । ଏହି ପାଣି ବୋତଲକୁ ୨୪ କ୍ୟାରେଟ୍ ସୁନାରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଏହାକୁ ବିଶ୍ୱପ୍ରସିଦ୍ଧ ବୋତଲ ଡିଜାଇନର୍ ଫର୍ଣ୍ଣାଣ୍ଡୋ ଅଲ୍ଟାମିରାନୋଙ୍କ ତଦାରଖରେ ତିଆରି କରାଯାଇଛି।
Powered by Froala Editor