ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ବେଢାର ଭିଡିଓ ଭାଇରାଲ୍
ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ବେଢାର ଭିଡିଓ ଭାଇରାଲ୍। ଶ୍ରୀମନ୍ଦିର ଭିତରେ ରିଲ୍ସ କରି ଇନଷ୍ଟା ଆଇଡିରେ ଭିଡିଓ ଅପଲୋଡ଼। ରୋହିତ୍ ଜଏସୱାଲ୍ ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି। ଶ୍ରୀମନ୍ଦିର ବେଢାରେ ଥିବା ନୃସିଂହ ମନ୍ଦିର ସମ୍ମୁଖରେ ଓ ସ୍ନାନମଣ୍ଡପ ନିକଟରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରଛନ୍ତି ସମ୍ପୃକ୍ତ ଯୁବକ।
ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ୍ ଘଟଣାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଘଟଣାରେ ରୋହିତ ଜଏସଓ୍ଵାଲଙ୍କ ଉପରେ ମାମଲା ରୁଜ୍ଜୁ କରିଛି ସିଂହଦ୍ଵାର ଥାନା ପୋଲିସ। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ଵାର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ। ଥାନାରେ ହାଜର ନହେଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।
ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ ଥିବାବେଳେ ଏହି ଯୁବକ ଜଣକ କିଭଳି ସେଠାରେ ରିଲ୍ସ କଲେ ସେନେଇ ମଧ୍ୟ ଭକ୍ତଙ୍କ ମହଲରେ ପ୍ରଶ୍ନ ଉଠିଛି।
Powered by Froala Editor