ଦିଗପହଣ୍ଡି ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ବ୍ରହ୍ମପୁର ରାସ୍ତା ଦିଗପହଣ୍ଡି କଲେଜ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାନୁଯାୟୀ, ବ୍ରହ୍ମପୁର ପଟୁ ଆସୁଥିବା ଏକ କନ୍ୟା ଯାତ୍ରୀ ବସକୁ ଧକ୍କା ଦେଇଥିଲା ଗୁଡ଼ାରୀ ଭୁବନେଶ୍ବର OSRTC ବସ୍ । ବ୍ରହ୍ମପୁରରେ ଏକ ବାହାଘର ଭୋଜି ସାରି ପୋଡାମାରି ଫେରୁଥିବା ବେଳେ କଲେଜ ନିକଟରେ ଦୁର୍ଘଟଣା ଘଟିଥିଲା। ମିନି ବସରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
Powered by Froala Editor