ରିହାନାଙ୍କ ବେକରେ ଘଣ୍ଟା ହାର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

୫.୭ କୋଟିର ହାର । ସେ ପୁଣି ଦେଖିବାକୁ ଘଣ୍ଟା ଭଳି । ଅଜବ ଲାଗୁଛି ନା । କିନ୍ତୁ ପପୁଲାର ଗାୟିକା ରିହାନା ଏଭଳି ଭିନ୍ନ ହାର ପିନ୍ଧି ଚର୍ଚ୍ଚାରେ ଅଛନ୍ତି । ଅନ୍ତର୍ଜାତୀୟ ଗୀତିକାର ରିହାନା ଅନେକ ସମୟରେ ତାଙ୍କ ଜୀବନଧାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପ୍ୟାରିସ୍ରେ ଆୟୋଜିତ ଫ୍ୟାଶନ ଶୋ’ ଲୁଇସ୍ ଭୁଇଟନ୍ ମେନ୍ସ ସ୍ପ୍ରିଙ୍ଗ ୨୦୨୪ ଶୋ’ରେ ରିହାନା ତାଙ୍କ ବନ୍ଧୁ ଏ.ପି. ରକ୍କିଙ୍କ ସହ ଯୋଗଦେଇଥିଲେ।
ସେ ବେକରେ ପିନ୍ଧିଥିବା ନେକ୍ଲେସ୍କୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ପିନ୍ଧିଥିବା ନେକ୍ଲେସରେ ଏକ ଘଣ୍ଟା ଥିବା ଦୃଶ୍ୟମାନ ହେଉଛି। ସେହି ଘଣ୍ଟାର ମୂଲ୍ୟ ୫.୭ କୋଟି ବୋଲି ଜଣାପଡିଛି। ସେ ପିନ୍ଧିଥିବା ଘଣ୍ଟାରେ ୩୦ କ୍ୟାରଟ୍ ସୁନା ଫ୍ଲାଇଂ ଟୁର୍ବିଲନକୁ ୩୩୯ ଧଳା ଡାଇମଣ୍ଡ ସହ ସଜ୍ଜାଯାଇଥିଲା।
Powered by Froala Editor