ମୌସୁମୀ ଛୁଇଁବା ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷା
ଭୁବନେଶ୍ବର: ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା । ମୌସୁମୀ ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜ୍ୟକୁ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି । ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।
ସେପଟେ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । ୧୧ ଜିଲ୍ଲାକୁ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ସତର୍କତା ଜାରି କରାଯାଇଛି । ୧୧ ଜିଲ୍ଲା ସମେତ ଭୁବନେଶ୍ବରକୁ ମଧ୍ୟ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ସତର୍କ କରାଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ୧୧ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଓ କଳାହାଣ୍ଡି ।
Powered by Froala Editor