ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜଗତ ପ୍ରକାଶ ନଡ୍ଡା
ଭୁବନେଶ୍ୱର: ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଅପରାହ୍ଣ ୪ଟା ବେଳେ ଶ୍ରୀ ନଡ୍ଡା ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ପରେ ଝାରସୁଗୁଡ଼ା ଜିଲ୍ଲା କାର୍ୟ୍ୟାଳୟକୁ ଯାଇ ବରଗଡ଼ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ୟ୍ୟକର୍ତ୍ତାଙ୍କ ସହ ସଂଗଠନ ଓ ଆଗାମୀ ନିର୍ବାଚନ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଅନୁସାରେ, ଶ୍ରୀ ନଡ୍ଡା ବୁର୍ଲାସ୍ଥିତ ଏମ୍ସିଏଲ୍ ଗେଷ୍ଟହାଉସ୍ରେ ରାତ୍ରିଯାପନ କରିବେ ।
୨୩ରେ ବୁର୍ଲାରୁ ବାହାରି ସିଧାସଳଖ ଭବାନୀପାଟଣାରେ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ । ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଯୋଗଦେବେ । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସମାବେଶରେ ସାମିଲ ହୋଇ କର୍ମୀଙ୍କୁ ଉଦ୍ବୋଧନ ଦେବେ । ପରେ ସ୍ଥାନୀୟ ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତି ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ୟ୍ୟକର୍ତ୍ତାଙ୍କୁ ସେ ଭେଟି ଆଲାଚନା କରିବେ । ଅପରାହ୍ଣରେ ଶ୍ରୀ ନଡ୍ଡା ଝାରସୁଗୁଡ଼ା ଆସି ଦିଲ୍ଲୀ ଫେରିଯିବେ ।
Powered by Froala Editor