ଦୁର୍ଘଟଣାରେ ପିସିଆର ଗାଡି ଚୁରମାର, ମହିଳା ଏଏସଆଇ ଗୁରୁତର
ମନମୁଣ୍ଡା : ଟ୍ରକ୍ ସହ ମନମୁଣ୍ଡା ଥାନା ୧୧୨ ପିସିଆର ଗାଡି ଧକ୍କା। ଏହି ଦୁର୍ଘଟଣାରେ ପୁଲିସ ଗାଡି ଚୁରମାର ହୋଇଯାଇଛି। ପିସିଆର ଗାଡିର ଡ୍ରାଇଭର ଶଙ୍କର ସେଠି, କନେଷ୍ଟବଳ ଯୋଗୀନ୍ଦ୍ର ମଲ୍ଲିକ, ଗୃହରକ୍ଷୀ ଲକ୍ଷ୍ମଣ ଦେହୁରୀ ଆହତ ହୋଇଥିବାବେଳେ ମହିଳା ଏଏସଆଇ ମାମିଳତା ସାମଲ ଗୁରୁତର ଆହତ ହୋଇଛନ୍ତି। ଏଏସଆଇଙ୍କୁ କଟକ ଡାକ୍ତରଖାନାକୁ ପଠା ଯାଇଛି।
ସୂଚନାମତେ, ବୁଧବାର ରାତ୍ର ପ୍ରାୟ ୧୧ଟାରେ ମନମୁଣ୍ଡା ଥାନା ୧୧୨ ପିସିଆର ଗାଡି (ଓଡ଼ି୦୫ବିଇ ୪୯୨୦) ପାଟ୍ରୋଲିଂ କରି ବୌଦ୍ଧରୁ ମନମୁଣ୍ଡା ଆଡକୁ ଆସୁଥିବାଲା। ଏହି ସମୟରେ ୫୭ ନଂ ଜାତୀୟ ରାଜପଥ ବାସୁଦେବପାଲି (ମନମୁଣ୍ଡା) ପେଟ୍ରୋଲ ପମ୍ପ ନିକଟରେ ବାମ କଡରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ଧକ୍କା କରି ରାସ୍ତାରେ ଓଲଟି ପଡିଥିଲା। ଫଳରେ ପିସିଆର ଗାଡି ଚୂରମାର୍ ହୋଇଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଶଙ୍କର ସେଠି, କନେଷ୍ଟବଳ ଯୋଗୀନ୍ଦ୍ର ମଲ୍ଲିକ, ଗୃହରକ୍ଷୀ ଲକ୍ଷ୍ମଣ ଦେହୁରୀ ଆହତ ହୋଇଥିବାବେଳେ ମହିଳା ଏଏସଆଇ ମାମିଳତା ସାମଲ ଗୁରୁତର ଆହତ ହୋଇଛନ୍ତି। ଏଏସଆଇଙ୍କୁ କଟକ ଡାକ୍ତରଖାନାକୁ ପଠା ଯାଇଛି।
Powered by Froala Editor