ପାକିସ୍ତାନ ବିଶ୍ବବିଦ୍ୟାଳୟରେ ହୋଲି ବ୍ୟାନ୍
ପାକିସ୍ତାନର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ହୋଲି ପାଳନକୁ ନିଷିଦ୍ଧ କରାଯାଇଛି । ଏନେଇ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ( ଭାରତର ୟୁଜିସି ପରି) ଏକ ଆଦେଶ ଜାରି କରିଛନ୍ତି । ଆଦେଶରେ କୁହାଯାଇଛି ଯେ ହୋଲି ପାଳନ ପାକିସ୍ତାନର ଇସ୍ଲାମୀୟ ପରିଚୟର ବିରୋଧାଚରଣ କରୁଛି ।
ଗତ ଜୁନ୍ ୧୨ ତାରିଖ ଦିନ ପାକିସ୍ତାନ କାଏଦ-ଇ-ଆଜମ ବିଶ୍ବବିଦ୍ୟାଳୟରେ ହୋଲି ପାଳନ ହୋଇଥିଲା। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଆଉ ଏହି ଉତ୍ସବର କିଛି ଦିନ ପରେ ୟୁନିିଭର୍ସିଟିରେ ହୋଲି ପାଳନ ଉପରେ ବ୍ୟାନ୍ ଲଗାଯାଇଛି।
ନୋଟିସ୍ରେ ଆୟୋଗ କହିଛି ଯେ, ''ଛାତ୍ରମାନଙ୍କୁ 'ସାମାଜିକ ସଂସ୍କୃତିର ମୂଲ୍ୟବୋଧ' ଶିଖାଇବା ପାଇଁ ଏହି ପର୍ବ ପାଳନ କରିବାକୁ ବାରଣ କରାଯାଇଛି। ଏଭଳି କାର୍ଯ୍ୟକଳାପ ଦେଶର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ ଏବଂ ଦେଶର ଇସଲାମିକ୍ ପରିଚୟକୁ କ୍ଷତି ପହଞ୍ଚାଉଛି।''
ବିଜ୍ଞପ୍ତିରେ ଆହୁରି କୁହାଯାଇଛି ''ଏହାଦ୍ବାରା ଦେଶ ଛବି ଖରାପ ହୋଇଛି। ଏହା ସହ ଛାତ୍ରଙ୍କୁ ଏଭଳି କାର୍ଯ୍ୟକଳାପରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି। ଏହିଭଳି ଇଭେଣ୍ଟ ବଦଳରେ ଛାତ୍ରଙ୍କୁ ପାଠ୍ୟକ୍ରମରେ ଥିବା କାର୍ଯ୍ୟକଳାପ ବଢ଼ାଇବାକୁ କହିଛି।''
Powered by Froala Editor