ରଥ ଟଣା ବେଳେ ଠେଲାପେଲା, ୮ ଆହତ
ପୁରୀ: ମହପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି।ରଥ ଟାଣିବାକୁ କେଉଁ ସୂଦୁରରୁ ଭକ୍ତ ପହଞ୍ଚିଛନ୍ତି। ତେବେ ରଥ ଟଣା ବେଳେ ମରିଚିକୋଟ ଛକରେ ଭକ୍ତଙ୍କ ମଧ୍ୟ ଠେଲା ପେଲା ହୋଇଥିଲା। ଫଳରେ ୮ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିପରି ଅସହ୍ୟ ଖରା କୁ ସହିବା ବହୁ କଷ୍ଟକର ଥିଲା । ଅନେକ ଲୋକ ଚେତା ଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲ କୁ ଅଣାଯାଇ ଚିକିତ୍ସିତ କରାଯାଇଥିଲା । ରଥ ଟଣାହେବା ପୂର୍ବରୁ ୮୦ ଜଣ ଅଂଶୁଘାତ ର ଶିକାର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । କର୍ତ୍ୟବରତ ପୋଲିସ୍ ବି ଅଂଶୁଘାତ ର ଶିକାର ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ସେହିପରି ବଡ ଦାଣ୍ଡରେ ବସିଥିବା ବେଳେ ପାଣି ଯୋଗାଇଥିବା ଗାଡ଼ି କିଛି ମହିଳା ଙ୍କ ଉପରେ ମାଡ଼ି ଯାଇଥିଲା । ଦୁଇ ଜଣଙ୍କର ଗୋଡ଼ ଓ ଜଙ୍ଘ ରେ ଆଘାତ ଲାଗିବା ଯୋଗୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ।
Powered by Froala Editor