ରାଷ୍ଟ୍ରପତି ଜଣାଇଲେ ରଥଯାତ୍ରା ଶୁଭେଚ୍ଛା
ନୂଆଦିଲ୍ଲୀ: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ରଥାରୁଢ ହୋଇ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ରଥ ପଥ ସବୁ ପ୍ରସ୍ତୁତ । ଲାଗିଲାଣି ଗହଳି ଚହଳି । ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ନୀତି ନିର୍ଘଣ୍ଟ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି କାର୍ୟ୍ୟକ୍ରମ । ଝୁଲି ଝୁଲି ରଥରେ ବିରାଜମାନ ହେବେ କାଳିଆ ସାଆନ୍ତ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ମହାପର୍ବ ସମସ୍ତଙ୍କୁ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି କହିଛନ୍ତି ।
ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ମହମ୍ମଦାବାଦରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତି କରିବା ସହିତ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଶ୍ରୀଜିଉ ସମସ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତୁ ବୋଲି ଟ୍ବିଟରରେ ଲେଖିଛନ୍ତି ।
Powered by Froala Editor