ଲକ୍ ହୋଇଗଲା କାର୍ ଡୋର୍, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ
ଖେଳୁ ଖେଳୁ କାର ଭିତରେ ଲକ୍ ହୋଇଗଲା ଡୋର୍ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁର ପଞ୍ଚପାଭଲି ଅଞ୍ଚଳରେ । ମୃତକଙ୍କ ମଧ୍ୟରୁ ୨ ଜଣ ଭାଇ ଭଉଣୀ ଥିବା ବେଳେ ଅନ୍ୟ ଜଣେ ପଡ଼ୋଶୀ ବୋଲି ଜଣାଯାଇଛି। ସମସ୍ତଙ୍କ ବୟସ ୪ରୁ ୬ ବର୍ଷ ।
ଅଭିଯୋଗ ଅନୁଯାୟୀ, ଶନିବାର ଅପରାହ୍ନରେ ପଞ୍ଚପାଭଲି ଅଞ୍ଚଳରେ ୩ ଛୁଆ ଖେଳିବାକୁ ଘର ପାଖକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଫେରି ନଥିଲେ। ଏହାପରେ ସେମାନଙ୍କ ବାପାମା ଛୁଆ ନିଖୋଜ ହେବା ନେଇ ପଞ୍ଚପାଭଲି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲ।
କିନ୍ତୁ ରବିବାର ସନ୍ଧ୍ୟାରେ ନିଖୋଜ ଛୁଆଙ୍କ ଘର ନିକଟରେ ପାର୍କିଂ ହୋଇଥିବା ଏକ କାର୍ ଉପରେ ଜଣେ କନଷ୍ଟେବଳଙ୍କ ନଜର ପଡ଼ିଥିଲା। ସେ ଭିତରେ ୩ ଛୁଆ ପଡ଼ିଥିବା ଦେଖିବାକୁ ପାଇଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ତୁରନ୍ତ କାର୍ ଡୋର ଭାଙ୍ଗି ୩ ପିଲାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ୩ ଜଣ ଛୁଆ କାର୍ ଭିତରେ ପଶି ଖେଳୁଥିବା ବେଳେ ଅଚାନକ୍ ଡୋର ଲକ୍ ହୋଇ ଯାଇଥିବା ଅନୁମାନ କରାଯାଉଛି।
Powered by Froala Editor