ଭୁବନେଶ୍ୱରରେ ସକାଳ ସାଢେ ୮ଟା ସୁଦ୍ଧା ୩୫.୬ ଡ଼ିଗ୍ରୀ ରେକର୍ଡ
ଭୁବନେଶ୍ଵର : ସକାଳୁ ସକାଳୁ ଅସହ୍ୟ ତାତି। କଲବଲ କଲାଣି ଗୁଳୁଗୁଳି। ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୫.୬ ଡ଼ିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡାରେ ୩୬.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୨ ଡ଼ିଗ୍ରୀ, ହୀରାକୁଦରେ ୩୫.୮ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୪ ଡ଼ିଗ୍ରୀ, କେନ୍ଦୁଝରରେ ୩୩ ଡ଼ିଗ୍ରୀ, ପାରାଦୀପରେ ୩୨.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୨.୪ ଡ଼ିଗ୍ରୀ, ଗୋପାଳପୁରରେ ୩୧.୬ ଡ଼ିଗ୍ରୀ ରେକର୍ଡ ହୋଇଛି।
ସୂଚନାନୁଯାୟୀ,ଲଗାତର୍ ଗତ ଦୁଇ ସପ୍ତାହ ଧରି ନିଆଁ ଝଡ଼ ହେଉଛି। ଗତ ୧୦ ଦିନ ଧରି , ଆଉ ୫ ଦିନ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ । ତିନିଦିନ ଯାଏ ତାତିରୁ ଉପକୂଳକୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ କେବେ ଓଡ଼ିଶା ଆସିବ ତା ଉପରେ ପାଣିପାଗ ବିଭାଗ କୌଣସି ସୂଚନା ଦେଉନି।ଆସନ୍ତା ୧୮ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର କିଛି ସ୍ଥାନକୁ ମୌସୁମୀ ଛୁଇଁବା ପାଇଁ ପାଗ ଅନୁକୂଳ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ୨୩ ତାରିଖ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
Powered by Froala Editor