କାର୍ ଭିତରେ ପଶିଯାଇଥିଲା ୪ବର୍ଷର ଶିଶୁ, ଚାଲିଗଲା ଜୀବନ
'ମାହାଙ୍ଗା: ଘର ଲୋକଙ୍କ ଅଜାଣତରେ କାର୍ ଚାବି ଆଣି ଗାଡ଼ି ଭିତରେ ପଶିଯାଇଥିଲା ୪ବର୍ଷର ଶିଶୁ । କିନ୍ତୁ ଦୁର୍ଭାଗ୍ୟବଶତଃ ଶିଶୁଟି ଗାଡ଼ି ଭିତରେ ଫସି ରହିଯାଇଥିଲା । ଡୋର୍ ଲକ୍ ହୋଇଯିବାରୁ ଆଉ ବାହାରି ପାରିନଥିଲା । କିଛି ସମୟ ପରେ ସେ ଅଚେତ୍ ହୋଇ କାର୍ ଭିତରେ ପଡ଼ିଯାଇଥିଲା । ଘର ଲୋକେ ସେପଟେ ବହୁତ ଖୋଜାଖୋଜି କରିଥିଲେ । ରଜ ଥିବାରୁ ଆଖପାଖ ପଡ଼ୋଶୀଙ୍କ ଘରେ ମଧ୍ୟ ଖୋଜାପଡିଥିଲା । କିନ୍ତୁ ସତ୍ୟପ୍ରକାଶର କିଛି ପତ୍ତା ମିଳିନଥିଲା ଶେଷରେ ସନ୍ଦେହରେ କାର୍ ଡୋର୍ ଖୋଲିବା ବେଳକୁ ଗାଡ଼ି ଭିତରେ ଶିଶୁଟି ଝାଳନାଳ ହୋଇ ଅଚେତ୍ ଅବସ୍ଥାରେ ପଡ଼ିରହିଥିଲା । ତାକୁ ସଙ୍ଗେସଙ୍ଗେ ମାହାଙ୍ଗା ମେଡିକାଲ୍କୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗ୍ରାମରେ । ମୃତ ଶିଶୁ ହେଉଛି ଗ୍ରାମର ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ପୁତ୍ର ସତ୍ୟ ପ୍ରକାଶ । ଏନେଇ ମାହାଙ୍ଗା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
Powered by Froala Editor