ସୁରକ୍ଷା ବଳଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୂପଓ୍ବାଡ଼ାରେ ସୁରକ୍ଷା ବଳଙ୍କୁ ବଡ଼ ସଫଳତା। ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନରେ ଶୁକ୍ରବାର ସକାଳେ ହୋଇଥିବା ଏହି ଏନକାଉଣ୍ଟରରେ ସୁରକ୍ଷା ବଳ ୫ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ସବୁ ଆତଙ୍କବାଦୀ କୂପଓ୍ବାଡ଼ାରେ ଲାଇନ ଅଫ୍ କଣ୍ଟ୍ରୋଲରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଜମ୍ମୁ-କାଶ୍ମୀରର ଅତିରିକ୍ତ ଡିଜିପି ବିଜୟ କୁମାର ଟ୍ବିଟ୍ କରି କହିଛନ୍ତି ଯେ, ‘କୂପଓ୍ବାଡ଼ା ପୋଲିସ୍ର ସୂଚନା ପରେ ସେନା ଏବଂ ପୋଲିସ୍ ଟିମ୍ ଏଲଓସି ନିକଟରେ ଅଭିଯାନ ଚଳାଇଛନ୍ତି। ଏହି ସମୟରେ ଏନକାଉଣ୍ଟରରେ ୫ ଆତଙ୍କବାଦୀ ମୃତ୍ୟୁ ହୋଇଛି। ଏବେବି ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଚାଲିଛି।’’ ଏହା ପୂର୍ବରୁ ମଙ୍ଗଳବାର ଦୁଇ ଅଜଣା ଆତଙ୍କବାଦୀଙ୍କୁ ସୁରକ୍ଷା ବଳ କୂପଓ୍ବାଡ଼ାର ଦେବାନାର ମାଛିଲ ଅଞ୍ଚଳରେ ଏଲଓସି ନିକଟରେ ନିପାତ କରିଥିଲେ।
ଏହି ଆତଙ୍କବାଦୀଙ୍କ ନିକଟରେ ସୁରକ୍ଷା ବଳ ବଡ଼ ଆକାରରେ ଗୋଳା ବାରୁଦ ଏବଂ ହତିଆର ଜବତ କରିଥିଲେ। ଏହା ବ୍ୟତୀତ ବଡ଼ ସଂଖ୍ୟାରେ ଗ୍ରେନେଡ ମଧ୍ୟ ମିଳିଥିଲା।
Powered by Froala Editor