ବାଲିଷ୍ଟିକ୍ ଉତକ୍ଷେପଣ କଲା ଉତ୍ତର କୋରିଆ, ଜାପାନରେ ଏମରଜେନ୍ସି

ଉତ୍ତର କୋରିଆ ପୂର୍ବ ଉପକୂଳରୁ ପୁଣି ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି । ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଦାବି କରାଯାଇଛି । ଉତ୍ତର କୋରିଆ ପକ୍ଷରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ନେଇ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ତାଙ୍କ ଅଧିକାରୀ ମାନଙ୍କୁ ତଦନ୍ତ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏଥିପାଇଁ ଜାପାନ ବର୍ତ୍ତମାନ ଜରୁରୀକାଳୀନ ସତର୍କତାରେ ରହିଛି ।
ସୂଚନା ଅନୁଯାୟୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଅଫିସିୟାଲି ନିର୍ଦ୍ଦେଶ ଦେଇଛନ୍ତି, ଆପଣମାନେ ସମସ୍ତେ ଅଧିକରୁ ଅଧିକ ସୂଚନା ସଂଗ୍ରହ କରନ୍ତୁ। ଏହାସହ ଏ ସମ୍ପର୍କରେ ଜନତାଙ୍କୁ ଅବଗତ କରାନ୍ତୁ। ଜାପାନ ପ୍ରଧାନମନ୍ତ୍ରୀ ନିଜ ବିମାନ, ଜାହାଜ ଓ ଅନ୍ୟ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି। ଏହାସହ ଯେ କୌଣସି ପରିସ୍ଥିତିରେ ସମସ୍ତ ସମ୍ଭବ ଉପାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖନୀୟ, ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରି ଉତ୍ତର କୋରିଆ ଆମେରିକା ଏବଂ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛି । ଏହା ପରେ ମଧ୍ୟ ଜାପାନର ପଶ୍ଚିମ ଉପକୂଳବର୍ତ୍ତୀ ସମୁଦ୍ରରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା ।
Powered by Froala Editor