ବାତ୍ୟା ରିପୋର୍ଟିଂ ବେଳେ ଗଭୀର ପାଣିକୁ ଡେଇଁଲେ ସାମ୍ବାଦିକ
କିଛି ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’। ଗୁଜରାଟରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିବା ବେଳେ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏହା ସହ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି। ତେବେ ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ରିପୋର୍ଟିଂ କରୁଥିବା ବେଳେ ଜଣେ ପାକ୍ ରିପୋର୍ଟର ଯାହା କରିଥିଲେ, ତାହାର ଭିଡିଓ ଏବେ ଭାଇରାଲ ହେଉଛି।
ରିପୋର୍ଟିଂ ସମୟରେ ଜଣେ ପାକିସ୍ତାନୀ ସାମ୍ବାଦିକ ପ୍ରବଳ ବର୍ଷା ଦ୍ବାରା ହୋଇଥିବା କ୍ଷତି ବିଷୟରେ କହୁଛନ୍ତି। ସାମ୍ବାଦିକ ହଠାତ୍ ପାଣି ଭିତରକୁ ଡେଇଁ ପଡ଼ୁଛନ୍ତି। ତେବେ ପାଣି ଭିତରକୁ ଯିବା ପରେ ମଧ୍ୟ ପାକିସ୍ତାନୀ ସାମ୍ବାଦିକ ରିପୋର୍ଟିଂ କରିବା ବନ୍ଦ କରୁ ନାହାନ୍ତି। ଭାଇରାଲ୍ ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ସେ ପାଣିରେ ବୁଡ଼ି ପାଣିର ଗଭୀରତା ବିଷୟରେ କହୁଛନ୍ତି। ତେବେ ବାତ୍ୟା ପାଇଁ ଗୁଜରାଟ ସରକାର ହାଇ ଆଲର୍ଟରେ ଥିବା ବେଳେ ବିପଦ ସଙ୍କୁଳ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଛନ୍ତି। କିନ୍ତୁ ସାମ୍ବାଦିକଙ୍କ ଏଭଳି କାରନାମା ପରେ ତାଙ୍କୁ ସମାଲୋଚନା କରାଯାଉଛି ।
Powered by Froala Editor