ଖରାଦିନିଆ ଆରାମଦାୟକ ପୋଷାକ
ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା । ଯେପରି ତତଲା କଡେ଼ଇରେ ଭାଜି ହେଉଛନ୍ତି ରାଜ୍ୟବାସୀ । ଦିନରେ ସୂର୍ଯ୍ୟଙ୍କର ଉତ୍ତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ିଛି । ଏହାସହିତ ରାତିରେ ଗୁଳୁଗୁଳିର ପ୍ରକୋପ । ଏପରି ଜଳବାୟୁରେ ଲୋକେ ଦିନବେଳା ଘରୁ ବାହାରିବାକୁ ଡ଼ରୁଥିବା ବେଳେ ରାତିରେ ଘରେ ରହିହେଉନି । ଏହିସମୟରେ ଆରାମଦାୟକ ପୋଷାକ ପିନ୍ଧିଲେ ଆଶ୍ୱସ୍ତି ମିଳିଥାଏ । ଡିଜାଇନରଙ୍କ ମତରେ ଏହି ଦିନେ ପଲିଷ୍ଟର ପୋଷାକ ପିନ୍ଧିଲେ ଅଧିକ ଝାଳ ବାହାରେ । ଏମିତି କି କେତେଜଣଙ୍କ ତ୍ୱଚାରେ ଚର୍ମ ସଂକ୍ରମଣ ହେବାର ଆଶଙ୍କା ବି ଦେଖାଦିଏ । ପଲିଷ୍ଟର ପୋଷାକ ପିନ୍ଧିଲେ ଶରୀରକୁ ପବନ ବି ଛୁଇଁପାରେନି ।
- ଗରମଦିନେ ନିଜ ପାଦ ଆକାରଠାରୁ ସାମାନ୍ୟ ବଡ ଜୋତା ପିନ୍ଧନ୍ତୁ । ଏଭଳି ଜୋତା ପିନ୍ଧିଲେ ଆରାମ ଲାଗିବା ସହ ପାଦ ଝାଳାଏନି ।
- ସୂତା ଓ ରେୟନ୍ ସୂତାରେ ତିଆରି ପୋଷାକ ଖରା, ବର୍ଷାଦିନେ ପିନ୍ଧିଲେ ଫୂର୍ତ୍ତି ଲାଗେ । ଭାରୀ ଅଧିକ କାରୁକାର୍ଯ୍ୟ ହୋଇଥିବା ପୋଷାକ ଏଇଦିନେ ପିନ୍ଧିଲେ ଆସ୍ୱସ୍ତି ଲାଗିଥାଏ ।
Powered by Froala Editor