ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି
ଭୁବନେଶ୍ବର: ପ୍ରାୟ ୬୧ ଦିନ ପରେ କଟକଣା ଉଠିଲା। ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି ମିଳିଛି। ସୂଚନାଯୋଗ୍ୟ,ଗତ ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ୟ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘବର୍ଷ ହେଲା ପ୍ରତିବାଦ କରିଆସୁଥିବା ବେଳେ ଭୁବନେଶ୍ବର ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ମଧ୍ୟ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ କଟକଣାକୁ କଡ଼ାକଡ଼ି କରାଯିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସଜୀବୀ ସଂଘ ଦାବି କରିଥିଲେ।
Powered by Froala Editor